The Topmost

“The eyes believe themselves, the ears believe other people.”

Sam Altman, chief executive officer of OpenAI, during a fireside chat organized by Softbank Ventures Asia in Seoul, South Korea, on Friday, June 9, 2023. OpenAI is focused on building a better, faster and cheaper model of its generative AI ChatGPT product, Altman has said previously. The product made AI a buzzword and kicked off a global race among tech companies to build their own versions of the chatbot technology. Photographer: SeongJoon Cho/Bloomberg via Getty Images

ପଦରୁ ବାହାରିଲେ ଓପନ୍‌ ଏଆଇର ସିଇଓ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦୁନିଆରେ ସାମ୍ ଅଲ୍ଟମ୍ୟାନଙ୍କ ନାମ ବେଶ୍ ଜଣାଶୁଣା । ଆଜିକା ସମୟରେ ବହୁ ଲୋକ ChatGPT ପାଇଁ AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବୁଝିପାରିଛନ୍ତି । ଯଦିଓ ବର୍ଷ ବର୍ଷ ଧରି ଟେକ୍ନିକାଲ୍ ଦୁନିଆରେ AI ପରିଚିତ ଥିଲା କିନ୍ତୁ ଚାଟ୍ ଜିପିଟି ପାଇଁ ଏହା ସାଧାରଣରେ ଲୋକପ୍ରିୟ ହୋଇପାରିଛି । ସେହି ସାମ ଅଲ୍ଟମ୍ୟାନଙ୍କୁ OpenAI ର ସିଇଓ ପଦରୁ ହଟାଇ ଦିଆଯାଇଛି । ସାମ ଅଲ୍ଟମ୍ୟାନଙ୍କ ପରେ ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି । ଚାଟ୍ ଜିପିଟି ବନାଇଥିବା କମ୍ପାନୀ ଓପନ୍ ଏଆଇ ବୋର୍ଡ ପକ୍ଷରୁ ଶୁକ୍ରବାର ଦିନ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ । ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା । ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି । ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।