ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ କରିନଥିଲେ କମଲନାଥ । କିନ୍ତୁ ଏହି ସମୟରେ ବିଜୟୀ ଶିବରାଜଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ଯାହାକୁ ନେଇ ଖପ୍ପା ହୋଇଛି କଂଗ୍ରେସର ଶୀର୍ଷ ନେତୃତ୍ୱ । ଏସବୁ ଭିତରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି କମଲନାଥ ଇସ୍ତଫା ଦେବେ ବୋଲି କୁହାଯାଉଛି । ୨୦୧୮ରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟପ୍ରଦେଶରେ ୧୧୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । ମାତ୍ର ୧୫ମାସ ପରେ କମଲନାଥ ସରକାର ଭାଙ୍ଗିଯାଇଥିଲା । କିନ୍ତୁ ଏଥର ଦଳକୁ ମାତ୍ର ୬୬ଟି ଆସନ ମିଳିଛି । ୨୩୦ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ଦମଦାର କମବ୍ୟାକ୍ କରିଛି । ୧୬୩ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଏଥର ମଧ୍ୟପ୍ରଦେଶରେ କଂଗ୍ରେସ ଓ ପରାଜୟ ପରେ ଶିବରାଜଙ୍କୁ ଭେଟିବା ଓ ଇଣ୍ଡିଆ ମେଣ୍ଟର ନେତାଙ୍କ ବିରୋଧରେ କମଲନାଥଙ୍କ ବୟାନକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱ ଖପ୍ପା ଥିବା ଜଣାପଡ଼ିଛି ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ