ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ଋଷି ସୁନକ୍ । ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ସକାଳେ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଥିଲେ । ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରରେ ସେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିବାବେଳେ ଏହାରି ଭିତରେ ସକାଳୁ ସକାଳୁ ଯାଇ ମନ୍ଦିରରେ ପହଞ୍ଚ ଥିଲେ ଋଷି ସୁନକ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
“The eyes believe themselves, the ears believe other people.”
More Stories
କାକଟପୁର ମା ମଙ୍ଗଳାଙ୍କ ନୀତି
ବର୍ଷା ହେବ ଧନ, ଏମିତି କରନ୍ତୁ କୁମାରୀ ପୂଜା
ଏହି ସବୁ ସୁଗୁଣରେ ଭରପୁର ହଳଦୀ