ପତ୍ନୀଙ୍କୁ ଭେଟିପାରିବେ ମନୀଷ ସିଶୋଦିଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ମନୀଷ ସିଶୋଦିଆଙ୍କୁ ଦିଲ୍ଲୀ କୋର୍ଟ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କୁ ଅନୁମତି ମୁତାବକ ସିଶୋଦିଆ ଶନିବାର ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ଭେଟିପାରିବେ । ହେଲେ ଏହି ଭେଟ ସମୟରେ ମନୀଷ ସିଶୋଦିଆ କୌଣସି ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟ କହିଛନ୍ତି କି, ସିଶୋଦିଆ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯିବା ସମୟରେ ଗଣମାଧ୍ୟମ ସହ କଥା ହୋଇପାରିବେ ନାହିଁ କି, କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ