The Topmost

“The eyes believe themselves, the ears believe other people.”

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ସରକାରଙ୍କ ଅଜବ ଯୁକ୍ତି

ବିହାର ମଦମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ସରକାର ଅଜବ ଯୁକ୍ତି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ମାନ୍ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ବେଆଇନ ଦେଶୀ ମଦ ଠାରୁ ଲୋକଙ୍କୁ ଦୁରେଇ ରଖିବାକୁ ପଞ୍ଜାବ ସରକାର ଏକ ବିକଳ୍ପ ଦିଗରେ କାମ କରୁଛନ୍ତି । ସରକାରଙ୍କ ତରଫରୁ ସୁଦ୍ଧ ଓ ସ୍ୱାସ୍ଥ୍ୟକର ଦେଶୀମଦ ଯୋଗାଇ ଦେବାକୁ ପଞ୍ଜାବ ସରକାର କାମ କରୁଛି । ଏହାସହ ପଞ୍ଜାବ ସରକାର କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ସରକାର ବିଶାକ୍ତ ମଦ ବିକ୍ରିକୁ ପୁରା ଗମ୍ଭୀରତାର ସହ ଯାଞ୍ଚ କରୁଛନ୍ତି । ଏବଂ ବିଶାକ୍ତମଦ ପ୍ରସ୍ତୁତ କରୁଥିବା ମାଲିକଙ୍କ ଉପରେ କେତେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ତଥ୍ୟ ସୁପ୍ରିମକୋର୍ଟରେ ରଖିଛନ୍ତି ।