ପଞ୍ଜାବ ପୋଲିସର ନିଦ ହଜାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ଖଲିସ୍ତାନୀ ଆନ୍ଦୋଳନ ନିଆଁ ପୁଣି ଥରେ ଇନ୍ଧନ ଯୋଗାଇ ପଞ୍ଜାବରେ ଅଶାନ୍ତ ସୃଷ୍ଟି କରି ଫେରାର ଥିବା ଅମ୍ରିତପାଲ ସିଂହ ଏଯାଏ ଧରାପଡ଼ିନି । ଅମ୍ରିତପାଲ ସିଂହଙ୍କୁ ଗିରଫ ପାଇଁ ପଞ୍ଜାବ ପୁଲିସ ନାକେଦମ ହୋଇଥିବା ବେଳେ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୋଲିସଙ୍କ ଛୁଟି ବାତିଲ ହୋଇଯାଇଛି । ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସମସ୍ତ ଗେଜେଟେଡ୍ ଏବଂ ଅଣ-ଗେଜେଟେଡ୍ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ଜଣାପଡ଼ିଛି । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହକୁ ନେଇ ଖୋଳତାଢ଼ ଏବେ ବି ଜାରି ରହିଛି । ତାକୁ ଗିରଫ କରିବାକୁ ପୋଲିସ ଲଗାତର ଉଦ୍ୟମ ଜାରି ରଖିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ