The Topmost

“The eyes believe themselves, the ears believe other people.”

“ପଞ୍ଜାବ-ଦିଲ୍ଲୀରେ ଦରକାର ନାହିଁ ଜେଡ୍ ପ୍ଲସ୍ ସୁରକ୍ଷା”

ପଞ୍ଜାବ-ଦିଲ୍ଲୀରେ ଭଗୱନ୍ତ ମାନଙ୍କୁ ଆବଶ୍ୟକ ନାହିଁ ଜେଡ୍ ପ୍ଲସ ସୁରକ୍ଷା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କର ସୁରକ୍ଷା ଟିମ୍ ଗୁରୁବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କହିଛନ୍ତି, ପଞ୍ଜାବ-ଦିଲ୍ଲୀରେ ଜେଡ୍ ପ୍ଲସ ସୁରକ୍ଷାର ଆବଶ୍ୟକତା ନାହିଁ । ଭଗୱନ୍ତଙ୍କ ପାଇଁ ପଞ୍ଜାବ ପୋଲିସ ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ସ୍ପେଶାଲ ଟିମ୍ ହିଁ ଯଥେଷ୍ଟ । ପଞ୍ଜାବ ଓ ଦିଲ୍ଲୀରେ ୨ଟି ସୁରକ୍ଷା ଚକ୍ର କାରଣରୁ ସମସ୍ୟା ଉପୁଜିପାରେ । ଗତ ମେ’ ୨୫ରେ କେନ୍ଦ୍ର ସରକାର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥାର ନିର୍ଦ୍ଦେଶ ଦେଇଥିଲେ । ଗୁଇନ୍ଦା ରିପୋର୍ଟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଯାହାଫଳରେ ଭଗୱନ୍ତଙ୍କ ସୁରକ୍ଷାରେ ୫୫ ଜଣ କମାଣ୍ଡୋ ନିୟୋଜିତ ରହିଥାନ୍ତେ । ଯେଉଁମାନଙ୍କ ମଧ୍ୟରେ ୧୦ରୁ ଅଧିକ ଏନଏସଜି କମାଣ୍ଡୋ ମଧ୍ୟ ରହିଥାନ୍ତେ । ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଓ ତାଙ୍କ ସହଯୋଗୀଙ୍କ ଉପରେ ଯେଉଁ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ତାହାକୁ ଦେଖି ଭଗୱନ୍ତଙ୍କୁ ଜେଡ୍ ପ୍ଲସୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ ଯେଉଁ ଅପରେସନ ଆରମ୍ଭ ହୋଇଥିଲା ତାହାକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ଖବର ମିଳିଥିଲା । ଏହାପୂର୍ବରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, କ୍ୟାପଟେନ ଅମରିନ୍ଦର ସିଂ, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ଏବଂ ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମଜିଠିଆଙ୍କୁ ମଧ୍ୟ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା