The Topmost

“The eyes believe themselves, the ears believe other people.”

ପଞ୍ଜାବ ଜେଲରେ ବିକ୍ରି ହେଉଛି ନିଶାଦ୍ରବ୍ୟ !

ପଞ୍ଜାବର ଜେଲ ଭିତରେ ବିକ୍ରି ହେଉଛି ନିଶାଦ୍ରବ୍ୟ । ମାନ୍ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । ବଡକଥା ହେଉଛି ଯଦି ଏହି ଅଭିଯୋଗ ମିଥ୍ୟା ସାବ୍ୟସ୍ତ ହୁଏ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି । ଜେଲ୍ ଭିତରେ ନିଶାଦ୍ରବ୍ୟ ବିକ୍ରି ହେଉଥିଲେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ସେ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତରେ ଜେଲ୍ ବିଭାଗ ଥିଲେ ବି କିପରି ଜେଲରେ ଡ୍ରଗ୍ସ ବିକ୍ରି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । 1988ରେ ରୋଡରେଜ୍ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ 10 ମାସ ଜେଲଦଣ୍ଡ ଭୋଗିଥିବା ସିଦ୍ଧୁଙ୍କ ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । 1988ର ରୋଡରେଜ ଘଟଣାରେ ପଟିଆଲାରେ ଗୁରନାମ ସିଂଙ୍କ ମୃତ୍ୟୁ ହୋଇଥିଲା । ନିଶାଦ୍ରବ୍ୟ ସେବନ ସମ୍ପର୍କରେ ସବିଶେଷ ବିବରଣୀ ଦେବା ଲାଗି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ସିଦ୍ଧୁଙ୍କ ବିସ୍ଫୋରକ ବୟାନ ରାଜ୍ୟ ସରକାରଙ୍କ ପ୍ରତି ଚାଲେଞ୍ଜ ସୃଷ୍ଟିକରିଛି ।

SHARE BY