ଚାଷୀଙ୍କ ଦିଲ୍ଲୀ ଚାଲ ଆନ୍ଦୋଳନର ଆଜି ତୃତୀୟ ଦିନ । ଦିଲ୍ଲୀ ଅଟାରୀ ଓ ହରିଆଣା ସମ୍ଭୁ ସୀମାରେ ଶୀତ କାକରକୁ ଖାତିର ନକରି ଜଗି ରହିଛନ୍ତି ଚାଷୀ । ସେପଟେ ହରିଆଣାରେ ଚାଷୀଙ୍କୁ ଅଟକାଇବା ପାଇଁ ଲାଠୀ ଚାର୍ଜ ସହ ଲୁହବୁହା ଗ୍ୟାସର ପ୍ରୟୋଗ ବି କରୁଛି ପୋଲିସ । ହରିଆଣା ପୋଲିସ ୭ ଲେୟାର ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି । ଆଜି ପଞ୍ଜାବରେ ୪ ଘଂଟା ରେଳ ରୋକ ଧାରଣା ଦେବାକୁ ଚାଷୀ ଚେତାବନୀ ଦେଇଛନ୍ତି । ସେପଟେ ଚାଷୀ ଆନ୍ଦୋଳନକୁ ଶେଷ କରିବା ପାଇଁ ଆଜି ତୃତୀୟ ବୈଠକ ବସିବ । ଚାଷୀ ନେତାଙ୍କ ସହ ଆଲୋଚନା କରିବେ ତିନି କେନ୍ଦ୍ରମନ୍ତ୍ରୀ । ୭ ଦିନ ଭିତରେ କେନ୍ଦ୍ର ସରକାରଙ୍କର ଏହା ତୃତୀୟ ବୈଠକ । ଏହାରି ଭିତରେ ଚାଷୀ ନେତା ଶ୍ରବଣ ସିଂ କହିଛନ୍ତି, ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେମାନଙ୍କ ଧାରଣ ବନ୍ଦ ହେବ ନାହିଁ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ