The Topmost

“The eyes believe themselves, the ears believe other people.”

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ହିଂସା

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ପରେ ପରେ ଦେଖାଦେଇଛି ହିଂସା । ଜୁନ୍ ୯ ତାରିଖରେ ପ୍ରଥମ ନାମାଙ୍କନ ପତ୍ର ଦାଖଲ ଦିନ ହିଁ କିଛି ସ୍ଥାନରେ ହିଂସା ଦେଖାଦେଇଛି । ମୁର୍ସିଦାବାଦରେ ଟିଏମସି, ସିପିଏମ୍ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ହିଂସା ଜାରି ରହିଛି । ଏଠାରେ ୪୫ ବର୍ଷିୟ କଂଗ୍ରେସ କର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଛି ଯେଉଁଥିରେ ଟିଏମସିର ହାତ ଥିବା କୁହାଯାଉ ଥିବାବେଳେ କଂଗ୍ରେସ ଓ ତାର ସହଯୋଗୀ ସିପିଏମ କର୍ମୀ ମୁର୍ସିଦାବାଦରେ ଡୋମକଲରେ ଟିଏମସି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ନେଇ ହିଂସାର ସୂତ୍ରପାତ ହୋଇଛି । ଏହି ଘଟଣା ପରେ ଟିଏମସି ନେତାଙ୍କୁ ବନ୍ଧୁକ ସହ ଗିରଫ କରିଛି ପୁଲିସ । ଏହି ଘଟଣାରେ ରାଜ୍ୟ ନିର୍ବାଚନ କମିଶନ ମୁର୍ସିଦାବାଦ ଜିଲ୍ଲା ପ୍ରଶାସନଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ତେବେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।