ଖୁବ୍ ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ପ୍ରକାର ସୁବିଧା । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଆରମ୍ଭ ହେବ ସର୍ଭେ । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ । ପୂର୍ବରୁ କେନ୍ଦ୍ର ସରକାର ଜନଗଣନାରେ ପଛୁଆ ବର୍ଗଙ୍କୁ ଗୁରୁତ୍ବ ଦେଉନଥିବାରୁ ରାଜ୍ୟସରକାର ଏହି ସର୍ଭେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ସେଥିପାଇଁ ମେ ୧ ରୁ ୨୭ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସର୍ଭେରେ ସମସ୍ତ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏହା କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ