ହକି ବିଶ୍ୱକପ୍ର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡର ଦମଦାର ପ୍ରଦର୍ଶନ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ପ୍ରଥମକୁ ଖେଳକୁ ନିଜ କବଜାକୁ ନେଇଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ଶେଷ ସମୟରେ ଚିଲ୍ଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା 3-1 ଗୋଲରେ ମ୍ୟାଚ ଜିତି ନେଇଛି ନ୍ୟୁଜିଲାଣ୍ଡସ୍ । ସେହିପରି ଅପରାହ୍ଣ ୩ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡସ ଓ ମାଲେସିଆ । ନେଦରଲ୍ୟାଣ୍ଡସ୍ ଟିମ ପଡ଼ିଆକୁ ଓହ୍ଲାଇବା ପରେ ଆରମ୍ଭ ହୋଇଥିଲା ଗୋଲ ବର୍ଷା । ଯାହାକୁ ଅଟକାଇବାରେ ଅକ୍ଷମ ହୋଇଥିଲେ ମାଲେସିଆ ଡିଫେଣ୍ଡର । ଖେଳ ଶେଷ ସୁଦ୍ଧା ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡସ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..