The Topmost

“The eyes believe themselves, the ears believe other people.”

ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଲେ ଜେଲେନସ୍କି

ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଘାରିଛି ଦୁର୍ନୀତି ଚିନ୍ତା । ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଜେଲେନସ୍କିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ଋଷ ବିରୋଧରେ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତାରେ ବି ଦୁର୍ନୀତି ହେଉଥିବା ଅଭିଯୋଗ ରହିଛି । ଯାହାକୁ ନେଇ ଜେଲେନସ୍କି ଚିନ୍ତାରେ । ଏହି କ୍ରମରେ ଯୁଦ୍ଧ ଭିତରେ ଦୁର୍ନୀତି ଅଭିଯୋଗରେ ୟୁକ୍ରେନ ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଛନ୍ତି ଜେଲେନସ୍କି । ନ୍ୟାସନାଲ ଗାର୍ଡର ଡେପୁଟୀ କମାଣ୍ଡର ରୁସଲାନ ଦିଉବାଙ୍କୁ ହଟାଇ ଦିଆଯାଇଛି । ସରକାରକୁ ଦୁର୍ନୀତିମୁକ୍ତ କରିବା ସକାଶେ ଚାଲିଥିବା ଅଭିଯାନ କ୍ରମେ ଏହି ପଦକ୍ଷେପ ନେଇଛନ୍ତି ଜେଲେନସ୍କି । ଗତ କିଛିଦିନ ଧରି ଚାଲିଥିବା ଦୁର୍ନୀତି ବିରୋଧୀ ଅଭିଯାନ କ୍ରମେ ଏନଏସଜି ଅଧିକାରୀଙ୍କୁ ବିଦା ହେବାକୁ ପଡିଛି ।