October 14, 2025

ନୌସେନାରେ ଐତିହାସିକ ମାଇଲଖୁଣ୍ଟ

ଆତ୍ମନିର୍ଭର ଭାରତ ଦିଗରେ ସୋମବାର ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ନୌସେନାର ପାଇଲଟମାନେ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ଏଲସିଏ ବା ତେଜସର ନାଭାଲ ଭାରିଆଣ୍ଟକୁ ସଫଳତାର ସହ ଅବତରଣ କରାଇଛନ୍ତି । ଗତ ବର୍ଷ ସେପ୍ଟେମ୍ବର ୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ସମାପ୍ତ କରିବା ପରେ ଜୁଲାଇ ୨୮ରେ ଭାରତୀୟ ନୌସେନା ଦ୍ୱାରା କୋଚିନ ସିପୟାର୍ଡଠାରୁ ଏହି ଯୁଦ୍ଧପୋତକୁ ଗ୍ରହଣ କରାଯାଇଥିଲା ।

SHARE BY