ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଛି ଖଲିସ୍ତାନୀ ଅମୃତପାଲ ସିଂହ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ଏବେ ନେପାଳରେ ଅମୃତପାଲ ସିଂହକୁ ଖୋଜୁଛି ପୋଲିସ । ୨୦ ମାର୍ଚ୍ଚରେ ଅମୃତପାଲ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେଉଛି । ଏହାପରେ ସେ କୁଆଡେ ଗଲା ତା’ର ଅନୁସନ୍ଧାନ କରାଯାଉଛି । ସେପଟେ ପୂର୍ବରୁ ଗିରଫ ହୋଇଥିବା ଅମୃତପାଲର ଦୁଇ ସହଯୋଗୀଙ୍କ ମେଡିକାଲ ଟେଷ୍ଟ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କଠୁ ଅମୃତପାଲର ପ୍ଲାନ ବିଷୟରେ ଜାଣିବା ପାଇଁ ପ୍ରୟାସ କରାଯାଉଛି । ମେଡିକାଲ ଟେଷ୍ଟରୁ ଗିରଫ ଦୁଇ ସହଯୋଗୀ HIV ପଜିଟିଭ ଥିବା ଜଣାପଡ଼ିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ