The Topmost

“The eyes believe themselves, the ears believe other people.”

ନେପାଳରେ ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂ

ନେପାଳରେ ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂ । ଖଲିସ୍ତାନୀ ସମର୍ଥକ  ପଳାତକ ଅମ୍ରିତପାଲ ସିଂହକୁ ନେପାଳ ସରକାର ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରିଛନ୍ତି । ନେପାଳ ସରକାର ଅମ୍ରିତପାଲକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବା ସହ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି। ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୀମା ପାର ହୋଇ ଅମ୍ରିତପାଲ ନେପାଳ ପଳାଇଥିବା ଯାଞ୍ଚ ଏଜେନ୍ସି ଅନୁମାନ କରୁଛି । ଅମ୍ରିତପାଲ ସିଂହକୁ ନକଲି ପାସ୍‌ପୋର୍ଟ ଜରିଆରେ ଅନ୍ୟ ଦେଶକୁ ପଳାଇବାକୁ ଚେଷ୍ଟା କରିପାରେ।  ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି।

SHARE BY