The Topmost

“The eyes believe themselves, the ears believe other people.”

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୋଦି

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରାଉତଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଳ ଉପରେ ଷ୍ଟ୍ରାଟେଜିକ୍ ପାଟନରସିପ୍, କୃଷି କ୍ଷେତ୍ରରେ ସହଯୋଗ ଏବଂ ଶକ୍ତି ଓ ବୈଷୟିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ହେଲା ଆଲୋଚନା । ଭାରତ-ଇରୋପିଆନ ୟୁନିଅନ ସମ୍ପର୍କ, ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି । ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କ ଭଲ ଥିବା ବେଳେ ଦୁଇ ପ୍ରଧାନମନ୍ତ୍ରୀ ୨୦୨୧ ଏପ୍ରିଲ ୯ରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ । ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନେଦରଲ୍ୟାଣ୍ଡ ସହିତ ‘ଜଳ ଉପରେ ରଣନୀତିକ ଭାଗିଦାରୀ’ ଆରମ୍ଭ କରାଯାଇଥିଲା ।