The Topmost

“The eyes believe themselves, the ears believe other people.”

ନୂଆ ସଂସଦ ଭବନ ଉଦଘାଟନ ନେଇ ରାହୁଲଙ୍କ ବୟାନ 

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ । ମେ’୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଆଜି ଏହା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ରାଷ୍ଟ୍ରପତି କରିବା ଉଚିତ୍ । ସଂସଦ ଭବନ ନିର୍ମାଣ ସରିବା ପରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଉଦଘାଟନ କରିବାକୁ ଅନୁରୋଧ କରିଥିଲେ । ସେପଟେ ଉଦଘାଟନ ତାରିଖ ଘୋଷଣା ହେବା ପରେ ଏହା ଉପରେ କଂଗ୍ରେସ ଅଭିଯୋଗ ଆଣିଛି । କାରଣ ମେ’୨୮ ତାରିଖ ହେଉଛି ବିନାୟକ ଦାମୋଦର ସବରକରଙ୍କ ଜନ୍ମଦିନ । ଏହି ଦିନରେ ଏକ ଗଣତନ୍ତ୍ର ରାଷ୍ଟ୍ରର ସଂସଦ ଭବନ ଉଦଘାଟନ କରି ବିଜେପି ସବରକରଙ୍କୁ ଉଚ୍ଚା ଦେଖାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । କଂଗ୍ରେସ କହିଥିଲା କି, ଏହା ସଂଯୋଗ ନୁହେଁ ବରଂ ଏକ ପ୍ରୟୋଗ ।