The Topmost

“The eyes believe themselves, the ears believe other people.”

ନୂଆ ସଂସଦ ଭବନରେ ୩ ଦିନ ଚାଲିବ ଗଦର-୨

ଗଦର ୨ ବକ୍ସ ଅଫିସରେ ଧମାଲ କରିବା ପରେ ଏବେ ସ୍ଂସଦରେ କମାଲ କରିବ । ବଲିଉଡ ଫିଲ୍ମ ପଠାନ ପରେ ଏହା ୨୦୨୩ର ସବୁଠାରୁ ବଡ ହିଟ୍‌ ଫିଲ୍ମ ହୋଇସାରିଛି । ଏବେ ଏହି ଫିଲ୍ମକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଅଗଷ୍ଟ ୨୫ରୁ ସଂସଦର ନୂଆ ଭବନରେ ତିନି ଦିନ ପର୍ଯ୍ୟନ୍ତ ସ୍କ୍ରିନିଂ କରାଯିବ ଗଦର ୨। ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ନୂଆ ସଂସଦ ଭବନରେ ସାଂସଦଙ୍କ ପାଇଁ ଆୟୋଜନ କରାଯିବ । ଏହି ସ୍କ୍ରିନିଂ ଆଜିଠୁ ଆରମ୍ଭ ହୋଇ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଫିଲ୍ମ ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ତିନି ଦିନ ସକାଳ ୧୧ଟାରେ ସ୍କ୍ରିନିଂ କରାଯିବ । କିନ୍ତୁ ଫିଲ୍ମ ସହ ଜଡିତ କୌଣସି କଳାକାର ଏହି ସ୍କ୍ରିନିଂରେ ସାମିଲ ହେବେ ନାହିଁ । ସଂସଦରେ ସ୍କ୍ରିନିଂ କରିବା ପାଇଁ ନିର୍ମାତାଙ୍କୁ ପ୍ରଥମେ ମେଲ୍‌ ଦିଆଯାଇଥିଲା । ଏହା ସହ ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୋରେ ସାମିଲ ହେବାକୁ  ନିମନ୍ତ୍ରଣ ଦିଆଯାଇଛି । ସଂସଦରେ ତିନି ଦିନ ଧରି ଚାଲିବାକୁ ଥିବା ଏହି ସ୍କ୍ରିନିଂରେ ଉପରାଷ୍ଟ୍ରପତି ବି ସାମିଲ ହେବେ ବୋଲି ସୂଚନା ମିଳୁଛି ।