ଆଜି ପଦ ଭାର ସମ୍ଭାଳିବେ କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ନେବେ । ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଖଡଗେ । ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଓ ରାଜୀବ ଗାନ୍ଧୀଙ୍କ ସ୍ମୃତିସ୍ଥଳ ବି ପରିଦର୍ଶନ କରିବେ । ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ସମସ୍ତ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ । ସୁରକ୍ଷାକର୍ମୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ପାର୍ଟି ଅଫିସ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ମୁଖ୍ୟ ମଧୂସୁଦନ ମିସ୍ତ୍ରୀ ଖଡଗେଙ୍କୁ ଔପଚାରିକ ଭାବେ ନିର୍ବାଚନ ପ୍ରମାଣପତ୍ର ଦେବେ । ନୂଆ ଦାୟିତ୍ବ ଖଡଗେଙ୍କ ପାଇଁ ନିଶ୍ଚିତ ରୂପେ ନୂଆ ଚ୍ୟାଲେଞ୍ଜ ନେଇ ଆସିବ । ଗୋଟିଏ ପଟେ ରାଜସ୍ଥାନର ଶାସନ ଗାଦି ତ କିଛି ସପ୍ତାହ ମଧ୍ୟରେ ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଖଡଗେଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇପାରେ । ସେହିପରି ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ବଡ ଅଗ୍ନିପରୀକ୍ଷା ସାଜିବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍