ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ବିଦ୍ୟୁତ୍ ଚାଳିତ ସ୍କୁଟର ତିଆରି କରୁଥିବା କମ୍ପାନୀ ‘ଓଲା’ ଏପରି ଏକ ଟେକନିକ୍ ଉପରେ କାମ କରୁଛି ଯାହା ଗାଡିରେ ଲାଗିବା ପରେ ଚାଳକଙ୍କ ହେଲମେଟ୍ ଉପରେ ନଜର ରଖିବ । ‘ଓଲା’ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୂଆ ଡିଭାଇଜର ନାଁ ହେଉଛି ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍’ । ଅଟୋକାରର ଏକ ଡିଭାଇଜ୍ ଅନୁସାରେ, ଏହି ଡିଭାଇଜ୍ ବାଇକ୍ ଦୁଇଚକିଆ ଯାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଚାଳକଙ୍କ ହେଲମେଟ୍ ଉପରେ ନଜର ରଖିବ । ଏହି ହେଲମେଟ୍ ଡିଟେକ୍ସନ୍ ସିଷ୍ଟମ୍ କ୍ୟାମେରା ମାଧ୍ୟମରେ ଚାଳକ ଉପରେ ନଜର ରଖିବ ଏବଂ ଚାଳକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବ । ଚାଳକ ଯଦି ହେଲେମେଟ୍ ପିନ୍ଧିଥିବେ ତାହେଲେ ଭେହିକିଲ୍ କଣ୍ଟ୍ରୋଲ ୟୁନିଟିକୁ କନେକ୍ଟ କରିବ । କିନ୍ତୁ ଯଦି ଚାଳକ ହେଲମେଟ୍ ପିନ୍ଧିନଥିବେ ତେବେ ଅଟୋମେଟିକ୍ ବାଇକ ରାଇଡ୍ ମୋଡରୁ ପାର୍କ ମୋଡକୁ ସ୍ୱିଚ୍ ହୋଇଯିବ ଆଉ ଗାଡି ବନ୍ଦ ହୋଇଯିବ । ବାଇକ୍ ପାର୍କ ମୋଡକୁ ଆସିବା ପରେ ହେଲମେଟ୍ ପିନ୍ଧିବା ପାଇଁ ଚାଳକଙ୍କ ପାଖକୁ ଏକ ନୋଟିଫିକେସନ୍ ଆସିବ । ଯେତେବେଳେ ସିଷ୍ଟମକୁ ସିଗନାଲ୍ ଯିବ କି ଚାଳକ ହେଲମେଟ୍ ପିନ୍ଧିଲେ ତୁରନ୍ତ ପାର୍କ ମୋଡରୁ ରାଇଡ୍ ମୋଡକୁ ସ୍ୱିଚ୍ ହୋଇଯିବ । ତେବେ ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଏକ ଡିଭାଇଜ୍ ପ୍ରସ୍ତୁତ କରିଛି ‘ଓଲା’ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ