ଆଜି ବସୁଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ନୂଆ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ପ୍ରଥମ କାର୍ଯ୍ୟକାରିଣୀ ହେବାକୁ ଯାଉଛି । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏହା ସହ କେନ୍ଦ୍ରର ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ କିପରି ଲୋକଙ୍କ ପାଖରେ ପହଂଚାଯାଇପାରିବ ସେନେଇ ବୈଠକରେ ଚର୍ଚ୍ଚା ହେବ । କାର୍ଯ୍ୟକାରିଣୀରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ସାମିଲ ହେବେ । ଏହା ସହ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ୱରୀ ମଧ୍ୟ ଉପସ୍ଥିତ ରହିବେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ଟିମ୍ ଗଠନ କରିପାରନ୍ତି ନୂଆ ସଭାପତି ମନମୋହନ ସାମଲ । ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଲାଗି ଦୁର୍ବଳ ସ୍ଥାନଗୁଡିକରେ ଅଭିଜ୍ଞ ଏବଂ ବରିଷ୍ଠ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇପାରେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା