The Topmost

“The eyes believe themselves, the ears believe other people.”

ନୂଆ ଗୁପ୍ତଚର ପାଇଁ କୌଶଳ କରୁଛି କି ଚୀନ୍ ?

ଭାରତୀୟମାନଙ୍କ କଣ୍ଠସ୍ବରର ନମୁନା ସଂଗ୍ରହ କରୁଛି ଚୀନ୍ । ଏନେଇ ଆମେରିକାର ଏକ ଥିଙ୍କ୍ ଟ୍ୟାଙ୍କ୍ ନ୍ୟୁ କାଇଟ୍ ଡାଟା ଲ୍ୟାବ୍‌ସ ଦାବି କରିଛି । ଏନେଇ ଲ୍ୟାବସ ଦାବି କରିଛି ଯେ, ଚୀନ୍ କୌଣସି ଅଜଣା ଉଦ୍ଦେଶ୍ୟରେ ଭାରତୀୟମାନଙ୍କ କଣ୍ଠସ୍ବରର ନମୁନା ସଂଗ୍ରହ କରୁଛି । ସୀମାନ୍ତ ଅଞ୍ଚଳରେ ବା ଜମ୍ମୁ-କାଶ୍ମୀର ଓ ପଞ୍ଜାବ ଭଳି ସାମରିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ବାସ କରୁଥିବା ଭାରତୀୟ ଲୋକମାନଙ୍କର ନିର୍ଦ୍ଦିଷ୍ଟ କଣ୍ଠସ୍ବରର ନମୁନା ଚାଇନା ଏଜେଣ୍ଟମାନେ ସଂଗ୍ରହ କରୁଛନ୍ତି । ରିପୋର୍ଟ ଅନୁସାରେ ଦିଲ୍ଲୀରେ ଥିବା ଏକ ବିପିଓ ଫାର୍ମ ଜରିଆରେ ବେଜିଂ-ସ୍ଥିତ ଏକ ଏଆଇ କମ୍ପାନି ‘ସ୍ପିଚ୍-ଓସେନ’ ଏହା ସଂଗ୍ରହ କରୁଛି । ଏହି ଫାର୍ମ ଭଏସ୍ ରେକର୍ଡ କରିବା ପାଇଁ ନିର୍ଦ୍ଦିଷ୍ଟ କିଛି ଭାରତୀୟଙ୍କୁ ଟଙ୍କା ବି ଦେଉଛି । ଏହି ତଥ୍ୟକୁ ପରେ ସ୍ପିଚ୍-ଓସେନକୁ ବିକ୍ରି କରାଯାଉଛି । ନ୍ୟୁ କାଇଟ୍ ଡାଟା ଲ୍ୟାବ୍‌ସ ଅନୁସାରେ ଉକ୍ତ ଏଆଇ କମ୍ପାନୀର ଚୀନ୍ ସୁରକ୍ଷା ଏଜେନ୍ସି ଏବଂ ପିଏଲ୍‌ଏ ସହ ଭଲ ସମ୍ପର୍କ ଅଛି ଏବଂ ଏହା ନିୟମିତଭାବେ ସେମାନଙ୍କୁ ତଥ୍ୟ ବିକ୍ରି କରିଥାଏ ।