The Topmost

“The eyes believe themselves, the ears believe other people.”

ନୂଆ ଗାଇଡଲାଇନ ଜାରି କଲା ସିଆରପିଏଫ୍

ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ କୌଣସି ମତ ନଦେବାକୁ CRPFକୁ ନିର୍ଦ୍ଦେଶ । ନୂଆ ଗାଇଡଲାଇନ ଜାରି କଲା ସିଆରପିଏଫ୍ । ଏନେଇ ସମସ୍ତ ପର୍ସୋନେଲ ଓ ପଦାଧିକାରୀଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି ସିଆରପିଏଫ । ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ପକ୍ଷରୁ ସୋସିଆଲ ମିଡିଆ ସଂକ୍ରାନ୍ତ ଗାଇଡଲାଇନ ଜାରି କରାଯାଇଛି । ବିବାଦୀୟ ମନ୍ତବ୍ୟ ସିଆରପିଏଫ ଲାଗି ସମସ୍ୟାର କାରଣ ହେଉଥିବାରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।ସିସିଏସ କଣ୍ଡକ୍ଟ ରୁଲସ୍ ୧୯୬୪କୁ ଉଲ୍ଲଂଘନ କରି ସିଆରପିଏଫର କର୍ମଚାରୀ ଓ ଅଧିକାରୀମାନେ ନିଜର ଅଭିଯୋଗଗୁଡିକୁ ପୋଷ୍ଟ କରୁଛନ୍ତି । ଏହାକୁ ବନ୍ଦ କରିବା ଲାଗି ସିଆରପିଏଫ ଏହି ନିଷ୍ପତ୍ତି ନେଇଛି ।