୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ଦର ହ୍ରାସ । କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୯୨ ଟଙ୍କା କମିଛି । ତେବେ କେବଳ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ପରିବର୍ତ୍ତନ କରାଯାଇଛି । ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାର୍ଚ୍ଚ ମାସରେ ସରକାର କମର୍ସିଆଲ ରୋଷେଇ ଗ୍ୟାସର ମୂଲ୍ୟ ୩୫୦ ଟଙ୍କା ବଢାଇଥିଲେ । ଏବଂ ଏବେ ଏଥିରୁ ୯୨ ଟଙ୍କା ହ୍ରାସ କରିଛନ୍ତି । ନୂଆ ଦର ଅନୁସାରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ରୋଷେଇ ସିଲିଣ୍ଡରର ଦର ୨ ହଜାର ୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ହଜାରେ ୯୮୦ ଟଙ୍କା ଏବଂ ଚେନ୍ନାଇରେ ୨ ହଜାର ୧୯୨ ଟଙ୍କା ୫୦ ପଇସା ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ