ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ପାନ ଓ ଗୁଟଖା ନିଷେଧ ହେବ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି । ଜାନୁଆରୀ ୧ରୁ ଡ୍ରେସକୋଡ୍ ଲାଗୁ ସହିତ ପାନ ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି । ମନ୍ଦିର ଭିତରେ ସେବାୟତ, ପୋଲିସ କି ଭକ୍ତ କେହି ପାନ ଗୁଟଖା ଖାଇପାରିବେ ନାହିଁ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଧ୍ୟ ପାନ ଗୁଟଖା ବ୍ୟାନ୍ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ପୂର୍ବରୁ ୫ଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ଏହା କୌଣସି କଟକଣା ନୁହେଁ, ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର । ବରାହ ପୁରାଣ ଓ ନୀଳାଦ୍ରି ମହୋଦୟରେ ଏନେଇ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍