‘ମୋଦି ସରନେମ’ ମାମଲାରେ ସୁରଟ କୋର୍ଟଙ୍କ ରାୟକୁ ନେଇ ସାରାଦେଶରେ ରାଜନୈତିକ କମ୍ପନ । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ଆଜି ବିରୋଧୀ ଦଳଙ୍କ ବୈଠକ ଡାକିଛି କଂଗ୍ରେସ । ଏହା ଏକ ଆଇନଗତ ପ୍ରସଙ୍ଗ ନୁହେଁ ବରଂ ଏକ ରାଜନୈତିକ ପ୍ରସଙ୍ଗ ବୋଲି କହିଛି ଦଳ । ରାହୁଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରର ରାଜନୈତିକ ଆକ୍ରୋଶ ବିରୋଧରେ ଆଜି ଓଡ଼ିଶାରେ ବିକ୍ଷୋଭ କରିବ କଂଗ୍ରେସ । ସବୁ ଜିଲ୍ଲା ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବେ କଂଗ୍ରେସ କର୍ମୀ । ସେପଟେ ସାରା ଦେଶରେ ରାୟ ବିରୋଧରେ କଂଗ୍ରେସ କରୁଛି ହଲ୍ଲାବୋଲ । ଲୋକତନ୍ତ୍ରକୁ ହତ୍ୟା କରି ବିରୋଧୀଙ୍କ ସ୍ବର ଚପାଇ ଦେବାକୁ ପ୍ରୟାସ ଚାଲିଛି ବୋଲି କଂଗ୍ରେସ କହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ