ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନବୀନ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସେ ଚିଠି ଲେଖିଛନ୍ତି । ଶୀଘ୍ର ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନବୀନ । ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି । ୫ ବର୍ଷ ହେବ ସରିପାରୁନି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ । କେବଳ ସେତିକି ନୁହେଁ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ହୋଇପାରିନି । ଏହି ରାସ୍ତା ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନରେଖା । ହେଲେ ଏନଏଚଏଆଇର ମନମୁଖୀ ଓ ଅଧାପନ୍ତରିଆ କାମ ପାଇଁ ଦୁର୍ଘଟଣା ବଢ଼ୁଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ