The Topmost

“The eyes believe themselves, the ears believe other people.”

ନିୟନ୍ତ୍ରଣ ହରାଇ ହ୍ରଦରେ ଖସିପଡିଲା ଯାତ୍ରୀବାହୀ ବିମାନ

ହ୍ରଦରେ ଖସିପଡିଲା ଯାତ୍ରୀବାହୀ ବିମାନ । ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ବଡ଼ ଧରଣର ଅଘଟଣ । ଏକ ଯାତ୍ରୀବାହୀ ବିମାନ ଏୟାରପୋର୍ଟରେ ଅବତରଣ ପୂର୍ବରୁ ନିୟନ୍ତ୍ରଣ ହରାଇ ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଛି । ଫଳରେ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି । ତାଞ୍ଜାନିଆ ପ୍ରିସିଜନ୍ ଏୟାର ଦ୍ୱାରା ପରିଚାଳିତ ଏକ ବିମାନ ବୁକୋବା ସହରସ୍ଥିତ ବିମାନବନ୍ଦରରେ ପହଞ୍ଚିବାର ଥିଲା । କିନ୍ତୁ ଅବତରଣ ପୂର୍ବରୁ ଇଞ୍ଜିନରେ ସମସ୍ୟା ଦେଖା ଦେଇଥିଲା । ଯାହା ଦ୍ୱାରା ପାଇଲଟ୍ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଉଦ୍ଧାରକାରୀ ଦଳ ଡଙ୍ଗା ଧରି ଘଟଣାସ୍ଥଳରେ ପହଞ୍ଚି ୨୦ ଲୋକଙ୍କୁ ଉଦ୍ଧାର କରିଥିଲେ ।