ଭୟଙ୍କର ହେବାରେ ଲାଗିଛି ମଣିପୁର ସ୍ଥିତି । ବାରମ୍ବାର ବିଗିଡୁଛି ଆଇନଶୃଙ୍ଖଳା । କେନ୍ଦ୍ରମନ୍ତ୍ରୀ ଆର.କେ. ରଞ୍ଜନସିଂଙ୍କ ଇମ୍ଫାଲସ୍ଥିତ ଘରକୁ ଗତକାଲି ଉତ୍ତ୍ୟକ୍ତ ଲୋକେ ପୋଡି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୧୨ ଶହ ଲୋକ ଗତକାଲି ରାତିରେ ଅଚାନକ କେନ୍ଦ୍ରମନ୍ତ୍ରୀଙ୍କ ଘରେ ପହଞ୍ଚି ଲଙ୍କାକାଣ୍ଡ ଘଟାଇଛନ୍ତି । ଏହି ହିଂସାବେଳେ କେନ୍ଦ୍ରମନ୍ତ୍ରୀ ଘରେ ନଥିବା ସୂଚନା ମିଳିଛି । ଇମ୍ଫାଲରେ କର୍ଫ୍ୟୁ ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ କୋଙ୍ଗବାସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ଘରେ ପହଞ୍ଚି ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଥିଲେ । ଘରେ ମୁତୟନ ଥିବା ନିରାପତ୍ତା କର୍ମୀ ଉତ୍ତ୍ୟକ୍ତ ଲୋକଙ୍କୁ ଅଟକାଇବାରେ ସକ୍ଷମ ହୋଇ ନଥିଲେ । ଆକ୍ରମଣକାରୀମାନେ ପେଟ୍ରୋଲ ବୋମା ଫିଙ୍ଗିବା ସହ ଚାରିପଟୁ ଘେରାବନ୍ଦୀ କରି ହମଲା କରିଥିଲେ । ଗତ ମେ ମାସରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା । ମାତ୍ର ସେମାନଙ୍କୁ ଘଉଡାଇ ଦିଆଯାଇଥିଲା । ନିଜକୁ ଏସଟି ମାନ୍ୟତା ଦେବା ଦାବିରେ ମେତେଇମାନେ ଗତ ମେ ୩ ତାରିଖରେ ଆନ୍ଦୋଳନ ଆରମ୍ଭ କରିବା ପରଠାରୁ ରାଜ୍ୟରେ ହିଂସା ବଳବତ୍ତର ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍