The Topmost

“The eyes believe themselves, the ears believe other people.”

ନିଷ୍କ୍ରିୟ ହେଲା ରୋଭର ପ୍ରଜ୍ଞାନ

ସରିଲା ଚନ୍ଦ୍ରୟାନ-୩ ମିଶନ । ଚନ୍ଦ୍ରରେ ଶାନ୍ତିରେ ଶୋଇଲା ପ୍ରଜ୍ଞାନ । ୧୪ ଦିନର ମିଶନ ସାରି ନିଷ୍କ୍ରିୟ ହେଲା ରୋଭର ପ୍ରଜ୍ଞାନ । ଲ୍ୟାଣ୍ଡର ବିକ୍ରମରେ ସୁରକ୍ଷିତ ପାର୍କିଂ ହୋଇଛି ପ୍ରଜ୍ଞାନ । ପ୍ରଜ୍ଞାନ ନିଷ୍କ୍ରିୟ ହେବା ପୂର୍ବରୁ ସମସ୍ତ ତଥ୍ୟ ନେଇଛି ଇସ୍ରୋ । ସେପ୍ଟେମ୍ବର ୨୨ରେ ପୁଣି ସୂର୍ଯ୍ୟକିରଣ ପଡ଼ିଲେ ପ୍ରଜ୍ଞାନ ସକ୍ରିୟ ହେବା ଆଶା ରଖିଛି ଇସ୍ରୋ । ୧୪ ଦିନ ପରେ ଯଦି ସଫଳତାର ସହ ପ୍ରଜ୍ଞାନ ପୁଣି ସକ୍ରିୟ ହେଲା, ତେବେ ଏହା ଇସ୍ରୋ ଭାଇଁ ଆଉ ଏକ ବଡ଼ ଉପଲବ୍ଧି ହେବ । ଏହାପରେ ଆହୁରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ ପ୍ରଜ୍ଞାନ । ଇସ୍ରୋ ପକ୍ଷରୁ କୁହାଯାଇଛି, ସୋଲାର ସିଷ୍ଟମ ଏବେ ସ୍ଲିପ ମୋଡରେ ରହିଛି  । ସବୁଦିନ ପାଇଁ ଚନ୍ଦ୍ରରେ ଭାରତର ଦୂତ ହୋଇ ରହିବ ପ୍ରଜ୍ଞାନ । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ନିର୍ଦ୍ଧାରିତ ୧୦୦ ମିଟର ଦୂରତା ଅତିକ୍ରମ କରିଛି । ୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରାୟାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଓ ଚନ୍ଦ୍ରର ସାଉଥ ପୋଲ ପାଖରେ ଅବତରଣ କରିବାରେ ପ୍ରଥମ ଦେଶ ଭାବେ ରେକର୍ଡ କରିଥିଲା ।