ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘଟିଥିବା ତ୍ରୁଟି ନିମନ୍ତେ ପଞ୍ଜାବ ସରକାର ଶନିବାର ଦିନ ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।ସେମାନଙ୍କ ନାମରେ କର୍ତ୍ତବ୍ୟରେ ଅବହେଳାଜନିତ ‘ଚାର୍ଜସିଟ୍’ ଫାଇଲ୍ କରାଯାଇଥିଲା । ନଭେମ୍ବର ୨୨ ତାରିଖ ଦିନ ରାଜ୍ୟ ଗୃହ ମନ୍ତ୍ରାଳୟଦ୍ବାରା ଜାରି କରାଯାଇଥିବା ଉକ୍ତ ଆଦେଶନାମାରେ ଭଟିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଗୁରୁବିନ୍ଦର ସିଂହ ସାଙ୍ଘା, ‘ଡିଏସ୍ପି’ ପାହ୍ୟାର ପୁଲିସ ଅଧିକାରୀ ପାର୍ସୋନ୍ ସିଂହ ଓ ଜଗଦୀଶ କୁମାର, ଇନ୍ସ୍ପେକ୍ଟର୍ ଜତିନ୍ଦର ସିଂହ ଓ ବଲ୍ୱିନ୍ଦର୍ ସିଂହ, ସବ୍-ଇନ୍ସପେକ୍ଟର ଯଶୱନ୍ତ ସିଂହ ଓ ସହକାରୀ ସବ୍-ଇନ୍ସପେକ୍ଟର ରମେଶ କୁମାରଙ୍କୁ ନିଲମ୍ବନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ