୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି । ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି । ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି । ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ