ଦିଲ୍ଲୀ ଆଜାଦ ମାର୍କେଟରେ ଅଭାବନୀୟ ଘଟଣା । ଏଠାରେ ନିର୍ମାଣାଧିନ ୪ ମହଲା କୋଠା ଭୁଶୁଡି ୩ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେବି ମାଟିତଳେ ୬ରୁ ୭ଜଣ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ ଆଜାଦ ମାର୍କେଟ ଶିଶ୍ ମହଲରେ ବିଲ୍ଡିଙ୍ଗ କାମ ଚାଲିଥିଲା । ହଠାତ୍ ଏହା ଭୁଶୁଡିପଡିଥିଲା । ଏହାତଳେ ଏକାଧିକ ଶ୍ରମିକ ଏବେବି ଚାପି ହୋଇ ରହିଥିବା କୁହାଯାଛି । ଘଟଣା ବିଷୟରେ ଅବଗତ ହେବାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର ଚଳାଇଛି । ଏହାସହ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ