ଗୋଦାମର କାନ୍ଥ ଭୁଷୁଡି ୬ ମୃତ । ଦିଲ୍ଲୀ ଅଲିପୁରରେ ବଡ ଦୁର୍ଘଟଣା । ସୂଚନା ଅନୁସାରେ ଏଠାରେ ଥିବା ଏକ ଗୋଦାମର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ କାନ୍ଥ ଭୁଷୁଡି ପଡିବାରୁ ମାଟିତଳେ ପୋତିହୋଇ ୬ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ନିର୍ମାଣ କାର୍ଯ୍ୟରେ ୨୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । ସେପଟେ ଏବେବି ମାଟିତଳେ ଏକାଧିକ ଶ୍ରମିକ ପୋତିହୋଇ ଥିବାର ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜୋରଦାର୍ ଚାଲି ଥିବାବେଳେ ଏପର୍ଯ୍ୟନ୍ତ ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍