ସମାଜବାଦୀ ପାର୍ଟିର ନେତାଙ୍କୁ ମହଙ୍ଗା ପଡିପାରେ ଘୃଣା ସୃଷ୍ଟିକାରୀ ଭାଷଣ । ବିଧାୟକ ଆଜମ ଖାନଙ୍କୁ ୨୦୧୯ ନିର୍ବାଚନ ସମୟର ଭାଷଣ ମହଙ୍ଗା ପଡ଼ିଛି । ରାମପୁରର ଏମପି-ଏମଏଲଏ ଅଦାଲତ ୨୦୧୯ର ଘୃଣାସୃଷ୍ଟିକାରୀ ଭାଷଣ ମାମଲାରେ ତାଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ସହ 25 ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଆଜମ ଏକ ସଭାରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ୧୦ଥରର ବିଧାୟକ ଓ ୨ ଥର ସାଂସଦଙ୍କ ରାଜନୈତିକ କ୍ୟାରିୟର ଅଦାଲତର ଏହି ଆଦେଶ ପ୍ରଶ୍ନବାଚୀ ଲଗାଇବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଦଣ୍ଡାଦେଶ ପରେ ଆଜମ ଆଉ ନିର୍ବାଚନ ଲଢି ପାରିବେ ନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ