ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା । ଟ୍ରେନ୍ ପରେ ପୋଲିଂ ବୁଥ ଏବଂ ସ୍କୁଲ ବସରେ ଲଗାଇଦେଲେ ନିଆଁ । ସାଧାରଣ ନିର୍ବାଚନ ପୂର୍ବରୁ ଚାରିଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ ବିଦ୍ୟାଳୟରେ କିଛି ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି । ବାଂଲାଦେଶ ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ଅଗ୍ନିକାଣ୍ଡ ଘଟଣାରେ ପୋଲିସ୍ ତଦନ୍ତ କରୁଛି । ରବିବାର ହେବାକୁ ଥିବା ନିର୍ବାଚନକୁ ରୋକିବା ପାଇଁ ଅପରାଧିମାନେ ବିଳମ୍ବିତ ରାତିରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଏହି ଅପରାଧୀଙ୍କୁ ଧରିବା ପାଇଁ ଚାରିଆଡେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଘଟଣାସ୍ଥଳରେ ହାଇ ଆଲର୍ଟ ଜାରି କରିଛି ପୋଲିସ୍ । ମୁଖ୍ୟ ବିରୋଧୀ ଦଳର ସମର୍ଥକ ଏବଂ କର୍ମୀମାନେ ବିଭିନ୍ନ ଯାଗାରେ ହିଂସା କରୁଛନ୍ତି ବୋଲି ଅଭିଯୋଗ ଆସିଛି । ଗତ ଶୁକ୍ରବାର ରାତିରେ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏବଂ ଅନେକ ଲୋକ ଆହତ ହୋଇଥିଲେ । ଆସନ୍ତାକାଲି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ମତଦାନ ହେବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ