February 12, 2026

ନିର୍ବନ୍ଧ ବନ୍ଧନରେ ବାନ୍ଧି ହେବେ ରାଘବ-ପରିଣୀତି

ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ପରେ ଶେ‌ଷରେ ଆପ୍‌ ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସଂପର୍କକୁ ନେଇ ଏକ ଖୁସି ଖବର ହସ୍ତଗତ ହୋଇଛି। ଶୁଣିବାକୁ ମିଳୁଛି ଆଗାମୀ ୧୩ ତାରିଖରେ ଦୁହେଁ ନିର୍ବନ୍ଧ ବନ୍ଧନ‌ରେ ବାନ୍ଧିହେବ। ସେମାନେ ଦିଲ୍ଲୀଠାରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ରହିଛି । ଗତ ମାସରେ ମୁମ୍ବାଇରେ ମଧ୍ୟାହ୍ନ ଭୋଜନ ତାରିଖରେ ଏକାଠି ନଜର ଆସିବା ପରେ ସେ ଦୁହେଁ ପରସ୍ପରଙ୍କୁ ଡେଟ୍‌ କରୁଥିବା ଖବର ପ୍ରକାଶ ପାଇଥିଲା। ତାପରେ ସେମାନଙ୍କ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକାଂଶ ସମୟ‌ରେ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଥିଲେ ବି ସେମାନେ କେବେ ବି ନିଜ ସଂପର୍କକୁ ନେଇ କିଛି କହିନଥିଲେ। ସେବେଠାରୁ, ସେମାନେ ଅନେକ ଥର ଏକାଠି ନଜର ଆସିଛନ୍ତି

SHARE BY