କାଳବୈଶାଖୀର ମୁକାବିଲା ଓ ନିରବଚ୍ଛିନ୍ନ ବିଜୁଳି ସେବାକୁ ସୁନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଟାଟା ପାୱାର । ସ୍ୱାଭାବିକ ବିଜୁଳି ସେବା ଯୋଗାଇ ଦେବା ଲକ୍ଷ୍ୟରେ ଟିପିଏସ-ଓଡିଏଲ୍ ପକ୍ଷରୁ ବିଜୁଳି ଉପକରଣ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଟାଟା ପାୱାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କାଳବୈଶାଖୀ ଭଳି ପରିସ୍ଥିତିର ମୁକାବିଲା ପାଇଁ ୪ ହଜାର ୪୨୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହା ସହ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ହାଇଡ୍ରା ଓ ପୋଲମାଷ୍ଟର ଆଦି ପ୍ରଦାନ କରାଯାଇଛି । ରାତିର ଅନ୍ଧାରରେ ପୁର୍ନରଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆସ୍କା ଲାଇଟର ବ୍ୟବସ୍ଥା କରାଯାଇଛି । ସେହିପରି ଜରୁରୀକାଳୀନ ସ୍ଥିତିର ସାମ୍ନା ପାଇଁ ୭ଶହ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି । ଯେ କୌଣସି ସମୟରେ ସ୍ଥିତିର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ରହିଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି