ନିମନ୍ତ୍ରଣ ପତ୍ର ପାଇ ଖପ୍ପା ହୋଇଗଲେ ଦିଦି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଯୋଗ ଦେବେ ନାହିଁ ବୋଲି ସଫ ସଫା ମନା କରିଦେଇଛନ୍ତି । ଦିଦିଙ୍କୁ ଜଣେ ଉପସଚିବ ନିମନ୍ତ୍ରଣ ପଠାଇଥିବାରୁ ସେ ବିରକ୍ତି ପ୍ରକାଶ କରି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । କୋଲକାତାରେ ଏକ ରାଲିରେ ଯୋଗ ଦେଇ ସେ କହିଛନ୍ତି ଯେ, ଗତକାଲି ମୁଁ ଜଣେ ଉପସଚିବଙ୍କଠାରୁ ଏକ ଚିଠି ପାଇଲି ଯେ ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୭ଟାରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବେ ଏବଂ ଆପଣ ସେଠାରେ ସନ୍ଧ୍ୟା ୬ଟାରେ ନିଶ୍ଚୟ ଉପସ୍ଥିତ ରହିବେ । ସତେ ଯେପରି ମୁଁ ସେମାନଙ୍କର ଚାକର । ଜଣେ ଉପସଚିବ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କିପରି ଏଭଳି ନିମନ୍ତ୍ରଣ ପତ୍ର ପଠାଇପାରିବ? ସଂସ୍କୃତି ମନ୍ତ୍ରୀ କ’ଣ ଏତେ ବଡ ହୋଇଗଲେ? ସେଥିପାଇଁ ମୁଁ ଆଜି ଅପରାହ୍ନରେ ମୋ ରାଜ୍ୟରେ ରହି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପକାଇଥିଲି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ