ଭାରତ ଓ ଏସିଆରେ କେତେକ ଦେଶରେ ବଢୁଛି ନିପା ଆତଙ୍କ । ତେବେ ନିପା ଭାଇରସର ମୁକାବିଲା ଲାଗି ଖୁବ୍ ଶୀଘ୍ର ଆସିପାରେ ଟିକା । ନିପା ନିପାତ ଲାଗି ବିକଶିତ ଟିକାକୁ ମଣିଷ କ୍ଷେତ୍ରରେ ପରୀକ୍ଷା କରାଯାଉଛି ବୋଲି କହିଛି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ । ନିପାର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ଟିକା ବାହାର କରାଯାଇ ନଥିବାବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ଟିକା ବାହାର କରାଯାଇଛି । ଏହାର ସମ୍ଭାବ୍ୟ ମୁକାବିଲା ଲାଗି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଟିକା ବାହାର କରାଯାଇଛି । ତେବେ ମାନବ କ୍ଷେତ୍ରରେ ଏହାର ପ୍ରୟୋଗ ସଫଳ ହେବା ପରେ ନିପା ଭାଇରସର ସଫଳ ମୁକାବିଲା ସମ୍ଭବ ହେବ ବୋଲି ସୂଚନା ମିଳିଛି । ମାଲେସିଆରେ ପ୍ରଥମ ଥର ଲାଗି ପ୍ରାୟ ୨୫ ବର୍ଷ ତଳେ ନିପା ଭାଇରସର ସନ୍ଧାନ ମିଳିଥିଲା । ପରେ ଏହା ବାଂଲାଦେଶ, ଭାରତ ଓ ସିଙ୍ଗାପୁରକୁ ବ୍ୟାପିଥିଲା । ଗତ ସପ୍ତାହରେ କେତେକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇଛି । ଆଷ୍ଟ୍ରାଜେନେକା ଓ ସେରମ ଇନଷ୍ଟିଚ୍ୟୁଟର ଟିକା ପରି ଏହାକୁ ପରୀକ୍ଷାମୂଳକ ଭାବେ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସ୍କ ୫୧ ଜଣଙ୍କୁ ଏହି ଟିକା ଦିଆଯିବ ବୋଲି କହିଛି ବିଶ୍ବବିଦ୍ଯାଳୟର ପାଣ୍ଡେମିକ ସାଇନ୍ସ ଇନଷ୍ଟିଚ୍ୟୁଟ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍