The Topmost

“The eyes believe themselves, the ears believe other people.”

ନିକଟତର ହେବ ଶୁକ୍ର ଓ ବୃହସ୍ପତି

ସୌରଜଗତର ୨ଟି ଉଜ୍ଜ୍ୱଳତମ ଗ୍ରହ ହେଉଛନ୍ତି ଶୁକ୍ର ଓ ବୃହସ୍ପତି । ଏବେ ମୀନ ରାଶିରେ ଅବସ୍ଥାନ କରୁଛନ୍ତି । ସଂଧ୍ୟା ଓ ପାହାନ୍ତା ସମୟରେ ଶୁକ୍ରଙ୍କ ପାଖରେ ହଳଦିଆ ଗ୍ରହ ବୃହସ୍ପତିଙ୍କୁ ଦେଖିବାକୁ ମିଳୁଛି । ଫେବ୍ରୁଆରୀ ପହିଲାରେ ୨ ଗ୍ରହ ପରସ୍ପରଠାରୁ ୨୯ ଡିଗ୍ରି ଦୂରରେ ରହିଥିବା ବେଳେ ଆଗାମୀ ମାର୍ଚ୍ଚ ପହିଲାରେ ସେମାନେ ପରସ୍ପରଠାରୁ ଅତି ନିକଟରେ ମାତ୍ର ୦ ଦଶମିକ ୫୨ ଡିଗ୍ରି ଦୂରତାରେ ରହିବେ ବୋଲି ଜଣାପଡ଼ିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଶନିବାର କ୍ଷୀଣ ଚନ୍ଦ୍ର ସହ ମୀନରାଶି ଥିବା ବୃହସ୍ପତି ଓ ଶୁକ୍ରଙ୍କର ଏକତ୍ର ଥିବା ଏକ ଫଟୋ ସେୟାର କରି ଟ୍ୱିଟ କରାଯାଇଛି । କ୍ଷୀଣଚନ୍ଦ୍ର ବୃହସ୍ପତିଙ୍କ ପାଖରେ ଅଛି । ଶୁକ୍ର ବୃହସ୍ପତିଙ୍କ ନିକଟତର ହୋଇଚାଲିଛି ଏବଂ ମାର୍ଚ୍ଚ ପହିଲାରେ ଉଭୟ ସବୁଠାରୁ ନିକଟରେ ରହିବେ ।