ୟୁକ୍ରେନ ଉପରେ ଲଗାତର ଯୁଦ୍ଧ ଜାରି ରଖିଥିବାରୁ ବିଶ୍ୱ ସମୁଦାୟ ଋଷ ଉପରେ ଅର୍ଥନୈତିକ କଟକଣା ଲଗାଇଛନ୍ତି । ଏହାରି ମଧ୍ୟରେ କେରଳର ଏକ କାଫେ ୟୁକ୍ରେନକୁ ସମର୍ଥନ କରି ଏକ ପଦକ୍ଷେପ ନେଇଛି । ଏହି କାଫେ ନିଜ ଖାଦ୍ୟ ମେନୁ୍ୟରୁ ଋଷିଆ ସାଲାଡକୁ ବାଦ୍ ଦେଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା କରାଯାଉଛି । ସୂଚନା ଅନୁଯାୟୀ କୋଚ୍ଚିର କାଶୀ ଆର୍ଟ କାଫେ ଆଣ୍ଡ୍ ଗ୍ୟାଲେରୀ ଦୋକାନ ବାହାରେ ଏକ ବୋର୍ଡ ଲଗାଇ ଏକ ବାର୍ତ୍ତା ଦେଇଛି । ଏହି ବୋର୍ଡରେ କାଫେ ପକ୍ଷରୁ ଲେଖାହୋଇଛି ଯେ ‘ୟୁକ୍ରେନ-ଋଷ ଯୁଦ୍ଧକୁ ବିରୋଧ କରୁଛୁ ଏବଂ ୟୁକ୍ରେନକୁ ସମର୍ଥନ ଜଣାଇ ଋଷିଆ ସାଲାଡ୍କୁ ମେନୁ୍ୟରେ ହଟାଯାଇଛି ।’ ତେବେ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ କାଫେର ମାଲିକ ଏଡଗର ପିଣ୍ଟୋ ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭୁ୍ୟରେ କହିଛନ୍ତି ଯେ ଯୁଦ୍ଧକୁ ନିନ୍ଦା କରିବାର ଏହା ତାଙ୍କର ଏକ ଉପାୟ । ଏଥିସହ ଜଣେ କଳା ପ୍ରେମୀ ଭାବେ ଅଭିବ୍ୟକ୍ତ ସ୍ୱାଧୀନତା ଉପରେ ସେ ବିଶ୍ୱାସ ରଖିଛନ୍ତି । ତେଣୁ ୟୁକ୍ରେନ ପ୍ରତି ତାଙ୍କର ସମର୍ଥନକୁ ଏହି ଉପାୟରେ ଦର୍ଶାଇଥିବା କାଫେ ମାଲିକ କହିଛନ୍ତି ।
russian salad ban @the topmost
More Stories
ବଡ ଅଧିକାରୀ କରୁଥିଲେ ଡ୍ରଗ୍ ଚୋରା ଚାଲାଣ
ହାଇଦ୍ରାବାଦରୁ ବ୍ୟାଙ୍କକ୍ ଯାଉଥିବା ବିମାନରେ ବୋମା..
ଅଧାଘଣ୍ଟାରେ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାତ୍ରା