ଅନେକ ସମୟରେ ବିଭିନ୍ନ ରେସ୍ତୋରାଁ ଆକର୍ଷଣୀୟ ଅଫର ଦେଇଥାଏ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ । ତେବେ ହାଇଦ୍ରାବାଦର ଗୋଟିଏ ରେସ୍ତୋରାଁ ଏକ ଭିନ୍ନ ଢଙ୍ଗରେ ନିଜର ଅଫର ଘୋଷଣା କରିଛି । ରୋସ୍ତୋରାଁଟି ଲୋକଙ୍କୁ ଭଲ ଆଚରଣ ଶିଖାଇବାକୁ ଚେଷ୍ଟା କରିଛି । ରୋସ୍ତୋରାଁର ଅଫର ଅନୁଯାୟୀ ଯିଏ ତିନୋଟି ଶବ୍ଦ ଯଥା, ଥ୍ୟାଙ୍କୁ, ପ୍ଲିଜ୍, ହାଭ୍ ଏ ନାଇସ୍ ଡେ ଆଦି ବ୍ୟବହାର କରିବ ତାଙ୍କୁ ୩୫ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ । ଲୋକଙ୍କ ଭିତରେ ଭଲ ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି କରିଥିବା ରେସ୍ତୋରାଁର ମାଲିକ ମତ ଦେଇଛନ୍ତି । ଅଫର ଅନୁସାରେ ଗୋଟିଏ ଭେଜିଟେରିଆନ୍ ଥାଳିର ଦାମ ୧୬୫ ଟଙ୍କା ହେଲେ ଥାଲି ପ୍ଲିଜ୍ କହିଲେ ଏହାର ଦାମ କମି ୧୫୦ ଟଙ୍କା ହୋଇଯାଉଛି । ସେହିଭଳି କେହି ଯଦି ଗୁଡ୍ ଆଫଟରନୁନ୍ ହେଲା କିମ୍ବା ଗଡ୍ ମର୍ଣ୍ଣିଂ କହିଲା ତେବେ ସମୁଦାୟ ବିଲ୍ରୁ ୩୦ ଟଙ୍କା ରିହାତି ମିଳିବ । ରେସ୍ତୋରାଁଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେସ୍ତୋରାଁଟିର ନାଁ ରହିଛି ଦାକ୍ସିନ୍ -୫, ଲୋକମାନେ ଏହାର ଏଭଳି ପ୍ରୟାସକୁ ବେଶ୍ ପ୍ରଂଶସା କରିଛନ୍ତି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର