The Topmost

“The eyes believe themselves, the ears believe other people.”

ନିଆଁ ଲାଗି ଜଳିଗଲେ ପାଞ୍ଚ କର୍ମଚାରୀ

ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ 5 ଜଣ । ଆନ୍ଧ୍ରପ୍ରଦେଶର ଅନକାପଲ୍ଲି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଅନକାପଲ୍ଲି ଜିଲ୍ଲାର ପାରୱାଡାରେ ଥିବା ଏକ ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ ମଧ୍ୟରେ କମ୍ପାନୀର ୩ ଜଣ ସ୍ଥାୟୀ କର୍ମଚାରୀ ଥିବାବେଳେ ୨ ଜଣ ଠିକା କର୍ମଚାରୀ ଥିବା ଜଣାପଡିଛି । ଏଥିସହ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।