ରାଜସ୍ଥାନ ଖେଲ ସଙ୍କୁଲରୁ ଆଜି ଆରମ୍ଭ ହୋଇଛି ଭାରତ ଯୋଡୋ ପଦଯାତ୍ରା । ରାଜସ୍ଥାନରେ ପଦଯାତ୍ରାର ଦ୍ବିତୀୟ ଦିନରେ ରାହୁଲଙ୍କ ସହ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଇଲଟ, ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂଙ୍କ ସମତେ ବହୁ ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଆଜି ପଦଯାତ୍ରା କୋଟାରେ ପହଞ୍ଚିବ । ରାଜସ୍ଥାନରୁ ବାହାରିବା ପରେ ପଦଯାତ୍ରା ହରିୟାଣାରେ ପହଞ୍ଚିବ । ଆଜିସୁଦ୍ଧା ୮୯ ଦିନରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ସେପଟେ ଭାରତ ଯୋଡୋ ଯାତ୍ରାରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । କାହିଁକି ଜୟ ସିୟାରାମ କହୁନାହାନ୍ତି ବିଜେପି ଓ ଆରଏସଏସର ଲୋକ । ଦେଶର ସାଧୁସନ୍ଥଙ୍କ ବିରୋଧରେ କାମ କରୁଛି କେନ୍ଦ୍ର ସରକାର । ବିଜେପି ଓ ଆରଏସଏସର ଲୋକ ଜୟ ଶ୍ରୀରାମ କୁହନ୍ତି । ମାତା ସୀତାଙ୍କ ବିନା ରାମଙ୍କ ଅସ୍ତିତ୍ବ ନାହିଁ । ରାମଙ୍କ ବିନା ସୀତା ମାତା ବି ଅସମ୍ପୂର୍ଣ୍ଣ । ହେଲେ ବିଜେପି-ଆରଏସଏସ ନିଜ ନାରାରୁ ମାତା ସୀତାଙ୍କ ନାମ ବାଦ୍ ରଖିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ