ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ପ୍ରଚାର ବେଳ । ତିନି ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଭରିଛନ୍ତି । ନେତା, କର୍ମୀଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ । ଏଥିପାଇଁ ଝାରୁସୁଗୁଡାରେ ବିରାଟ ପଟୁଆର କରି ଶକ୍ତିପ୍ରଦର୍ଶନ କରିଛି ବିଜେଡି । ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ପୂର୍ବରୁ କଂଗ୍ରେସର ତରୁଣ ପାଣ୍ଡେ ନାମାଙ୍କନ ଭରି ସାରିଛନ୍ତି । ଆଜି ଠାରୁ ପ୍ରଚାର ମୈଦାନ ଧୀରେ ଧୀରେ ଜମିବ । ତିନି ଦଳ ନିଜର ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ଆଉ ଏବେ ପ୍ରଚାରକୁ ଆଗକୁ ନେବା ପାଇଁ ରାଜ୍ୟସ୍ତରର ନେତା ବି ଝାରସୁଗୁଡାରେ ଡେରା ପକାଇଛନ୍ତି । ଭୋଟ ମେ ୧୦ ତାରିଖରେ ପଡିବ ଓ ରେଜଲ୍ଟ ୧୩ ତାରିଖରେ ଆସିବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି