କୋରନା ମୁକାବିଲା ଦିଗରେ ଭାରତକୁ ଆଉ ଏକ ସଫଳତା । ନାଜାଲ ଭାକ୍ସିନ ବ୍ୟବହାରକୁ ମିଳିଲା ଅନୁମତି । ଏହାର ଡୋଜ୍ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ସୂଚନା ଦେଇଛନ୍ତି । ଭାକ୍ସିନର ଶେଷ ପର୍ଯ୍ୟାୟ ଟ୍ରାଏଲ ଗତ ମାସରେ ଶେଷ ହୋଇସାରିଛି । ପ୍ରାଇମେରୀ ଡୋର ବ୍ୟତୀତ ଏହାକୁ ସମ୍ପୂର୍ଣ୍ଣଭାବେ ଭାକ୍ସିନେଟେଡ ଲୋକଙ୍କୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ନିଜର ବିଜ୍ଞାନ, ଅନୁସନ୍ଧାନ ଏବଂ ବିକାଶ-ମାନବ ସମ୍ବଳର ଭରପୁର ଉପଯୋଗ କରିଛି । ଫେବ୍ରୁଆରୀ ମାସରେ ମୁମ୍ବାଇ ସ୍ଥିତ ଗ୍ଲେନମାକ୍ କରୋନାରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସାନଟିଜ କମ୍ପାନୀ ସହ ମିଶି ଭାରତରେ ନାଜାଲ ସ୍ପ୍ରେ ଲଞ୍ଚ୍ କରିଥିଲା ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍