ଏବେ ନାଗାଲାଣ୍ଡରେ ଚାଲିଛି ଭାରତ ଯୋଡୋ ନ୍ୟାୟ ଯାତ୍ରା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଆଜିକୁ ଚତୁର୍ଥ ଦିନରେ ପହଂଚିଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ନାଗାଲାଣ୍ଡରେ ଅଛି । ନାଗାଲାଣ୍ଡର ରାଜଧାନୀ କୋହିମାରେ ଭରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଲୋକ ସ୍ବାଗତ କରିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ କୋହିମାରେ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ନାଗାଲାଣ୍ଡର ଲୋକମାନେ ରାହୁଲ ଗାନ୍ଧୀଙ୍କୁ ବହୁତ ଉତ୍ସାହର ସହିତ ସ୍ବାଗତ କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କ ସହ ହାତ ମିଳାଇଥିଲେ । ବିନା ସୁରକ୍ଷାରେ ଲୋକଙ୍କୁ ଭେଟୁଥିବାରୁ ବେଶ ଉତ୍ସାହିତ ହୋଇପଡ଼ିଥିଲେ । ଅନେକ ଲୋକ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବେଳେ ଅନେକ ଲୋକ ରାସ୍ତାରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ନାମରେ ସ୍ଲୋଗାନ ଦେଉଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ