ଦେଶରେ ରାଷ୍ଟ୍ରୀୟ ସୁରକ୍ଷା ନାମରେ ନାଗରିକଙ୍କ ସ୍ୱର ଦବାଇଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର । ଏଭଳି କିଛି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ୍ । ସେ କହିଛନ୍ତି କି ସରକାର ରାଷ୍ଟ୍ରୀୟ ସୁରକ୍ଷା ଆଳରେ ନାଗରିକଙ୍କ ଅଧିକାର କ୍ଷୂର୍ଣ୍ଣ କରିପାରିବେ ନାହିଁ । ମାଲୟାଲମ ଟିଭି ଚ୍ୟାନେଲ ବ୍ୟାନ ପରେ ଚ୍ୟାନେଲ ତରଫରୁ ଏକ ବିଶେଷ ଆବେଦନ କରାଯାଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ଏଭଳି ଆଦେଶ ଦେଇଛନ୍ତି । ସୂଚନା ମୁତାବକ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ହେମା କୋହଲୀଙ୍କ ପୀଠ କେନ୍ଦ୍ର ସରକାରଙ୍କ ସେହି ଯୁକ୍ତିକୁ ଖାରଜ କରିଦେଇଛନ୍ତି । ସରକାର ତାଙ୍କ ଯୁକ୍ତିରେ କହିଥିଲେ କି, ମାଲୟାଲମ ନ୍ୟୁଜ ଚ୍ୟାନେଲ ବ୍ୟାନ କରିବା ପଛରେ ରହିଛି ରାଷ୍ଟ୍ରୀୟ ସୁରକ୍ଷା ମାମଲା । ଏହାକୁ ନେଇ କୋର୍ଟ କହିଥିଲେ କି ପବନରେ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିପଦ ଥିବା କହିଦେଲେ ହେବ ନାହିଁ । ବରଂ ଏନେଇ ମଜବୁତ ପ୍ରମାଣ କୋର୍ଟକୁ ଦେବାକୁ ପଡିବ । ଏହାସହ କୋର୍ଟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି କି ନାଗରିକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଉର୍ଦ୍ଦେଶ୍ୟରେ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ବ୍ୟବହାର କରୁଛନ୍ତି । ଏହା ଏକ ଗଣତନ୍ତ୍ରିକ ଦେଶ ପାଇଁ ବିପଦ ବୋଲି ଖଣ୍ଡପୀଠ କହିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍